🌐 Language
'Olelo Hawai'iAfaan Oromoobahasa IndonesiaBelarusianBrezhonegCebuanoChamorroChichewachiShonaChongthuCiyawoDanskDeutschEestiEnglishEspañolEsperantoeʋegbeFrançaisHausaHrvatskiIgboIlocanoItalianoKikuyuKiswahiliKiyombiKreyòl AyisyenLatinaLatviešulietuviųLingálaLugandaMagyarMahasuiMāoriNederlandsNorskPohnpeianPolskiPortuguêsQach’abelRomaniRomânăSanskritSetswanaShqipsrpski jezikSuomiSvenskaTagalogTiếng ViệtTonganTwiTürkçeUyghur tiliYorùbáÍslenskaČeštinaБългарскиРусскийУкраїнськаעבריתاردوالعربيةفارسیكوردی سۆرانیअहिराणी‎नेपालीभद्रवाही‎मराठीमानक हिन्दी‎हरियाणवी‎অসমীয়াবাংলাਪੰਜਾਬੀગુજરાતીଓଡ଼ିଆ‎தமிழ்తెలుగుಕನ್ನಡമലയാളംไทยဗမာἙλληνική中文日本語한국어+ ସମସ୍ତ ଭାଷା
See More Jesus
ଓଡ଼ିଆ‎

ବାଇବଲ ପରିଶ୍ରମ ବିଷୟରେ କଣ କହେ? — ଏହାକୁ ଜୀବନରେ ପାଳନ କରିବା · ଷ୍ଟ୍ରଙ୍ଗସ ନମ୍ବର ସହିତ KJV ଶାସ୍ତ୍ରାଂଶ — ବାଇବେଲ କୁଇଜ୍

ବାଇବେଲ କୁଇଜ୍

ବାଇବଲ ପରିଶ୍ରମ ବିଷୟରେ କଣ କହେ? — ଏହାକୁ ଜୀବନରେ ପାଳନ କରିବା · ଷ୍ଟ୍ରଙ୍ଗସ ନମ୍ବର ସହିତ KJV ଶାସ୍ତ୍ରାଂଶ — ବାଇବେଲ କୁଇଜ୍

ନିମ୍ନରେ ଥିବା ପ୍ରତ୍ୟେକ ସନ୍ଦର୍ଭ ପାଇଁ, ସେହି ପଦଟି କଣ ଶିକ୍ଷା ଦିଏ ତାହା ବାଛନ୍ତୁ। ଶେଷରେ ଆପଣଙ୍କ ସ୍କୋର ଦେଖାଯିବ।

ଏହା ମୂଲ୍ୟାୟିତ କୁଇଜ୍। ଆପଣଙ୍କ ମିନିଷ୍ଟ୍ରି ପ୍ରମାଣପତ୍ର ଅନୁମୋଦନ ପାଇଁ କ୍ରେଡିଟ୍ ପାଇବାକୁ ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତୁ।

ଏବ୍ରୀ 11:6 — ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ________ ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
ଇଚ୍ଛା
ଈଶ୍ବର
ନିର୍ଦ୍ଦୋଷ
ହିତୋପଦେଶ 11:27 — ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ, ପୁଣି ଯେ ପରର ________ କରିବାକୁ ଖୋଜେ, ତାହା ପ୍ରତି ତାହା ହିଁ ଘଟିବ।
ଉତ୍ତମ
ସତ୍ୟ
ମନ୍ଦ
ଗୀତସଂହିତା 63:1 — ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋʼ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋʼ ________ ତୁମ୍ଭ ପାଇଁ ଲାଳସା କରେ।
ବୁଦ୍ଧି
ପ୍ରଥମଜାତ
ଶରୀର
ଯିଶାଇୟ 26:9 — ରାତ୍ରିକାଳରେ ମୁଁ ଆପଣା ପ୍ରାଣ ସହିତ ତୁମ୍ଭର ଆକାଂକ୍ଷା କରିଅଛି; ହଁ, ମୁଁ ଆପଣା ଅନ୍ତରସ୍ଥ ଆତ୍ମା ସହିତ ଶୀଘ୍ର ତୁମ୍ଭର ଅନ୍ୱେଷଣ କରିବି; କାରଣ ପୃଥିବୀରେ ତୁମ୍ଭର ଶାସନସକଳ ପ୍ରକାଶିତ ହେଲେ ଜଗନ୍ନିବାସୀମାନେ ଧର୍ମ ________ କରନ୍ତି।
ପରିଶ୍ରମ
ମହିମା
ଶିକ୍ଷା
ଗୀତସଂହିତା 78:34 — ସେ ସେମାନଙ୍କୁ ବଧ କଲା ବେଳେ, ସେମାନେ ତାହାଙ୍କୁ ଖୋଜିଲେ; ଆଉ, ଫେରି ________ ପରମେଶ୍ୱରଙ୍କ ଅନ୍ୱେଷଣ କଲେ।
ଶୀଘ୍ର
ଶିକ୍ଷା
ସନ୍ତୁଷ୍ଟ
ହିତୋପଦେଶ 3:13 — ଯେଉଁ ଲୋକ ଜ୍ଞାନ ପାଏ ଓ ________ ଲାଭ କରେ, ସେ ଧନ୍ୟ।
ବୁଦ୍ଧି
ଦୁଃଖ
ଅନୁଗ୍ରହ
ହିତୋପଦେଶ 8:19 — ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ________ ଅପେକ୍ଷା ଭଲ।
ଦୁଃଖ
ରୂପା
ଦାନ
ଦ୍ୱିତୀୟ ବିବରଣ 6:5 — ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ________ କରିବ।
ସ୍ମରଣ
ବିଶ୍ୱାସ
ପ୍ରେମ
ଦ୍ୱିତୀୟ ବିବରଣ 6:17 — ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା, ତାହାଙ୍କ ________ ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।
ପ୍ରମାଣ-ବାକ୍ୟ
ପ୍ରତିବାସୀ
ଦାଆ
ଦ୍ୱିତୀୟ ବିବରଣ 11:13 — ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ________ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯଦି ଯତ୍ନପୂର୍ବକ ଶୁଣିବ;
ପ୍ରେମ
ସ୍ମରଣ
ପବିତ୍ର
ଯିହୋଶୂୟ 22:5 — ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ________ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।”
ବିଶ୍ୱାସ
ପ୍ରେମ
ଉଦ୍ଧାର
ଗୀତସଂହିତା 119:4 — ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ________ ପାଳନ କରିବା, ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ।
ମନ୍ତ୍ରଣା
ବିଧାନସବୁ
ତୀର
ଗୀତସଂହିତା 119:2 — ଯେଉଁମାନେ ତାହାଙ୍କ ________ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।
ପ୍ରମାଣ-ବାକ୍ୟସବୁ
ସୌନ୍ଦର୍ଯ୍ୟ
ମହିମା
ଉପଦେଶକ 9:10 — ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି ________, କି ବିଦ୍ୟା, କି ଜ୍ଞାନ ନାହିଁ।
ଟଙ୍କା
କଳ୍ପନା
ଶୁଚି
ହିତୋପଦେଶ 20:13 — ନିଦ୍ରାକୁ ଭଲ ପାଅ ନାହିଁ, ନୋହିଲେ ତୁମ୍ଭେ ________ ହେବ; ତୁମ୍ଭ ଚକ୍ଷୁ ଫିଟାଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ।
ପ୍ରାପ୍ତ
ଭ୍ରମଣ
ଦରିଦ୍ର
୨ ପିତର 1:5 — ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ________ ଦ୍ୱାରା ସଦ୍ଗୁଣ, ସଦ୍ଗୁଣ ଦ୍ୱାରା ଜ୍ଞାନ
ବିଶ୍ୱାସ
ପ୍ରେମ
ଅପେକ୍ଷା
୧ କରିନ୍ଥୀୟ 15:58 — ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ________ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ।
ଲଜ୍ଜା
ପରିଶ୍ରମ
ସ୍ୱାମୀ
ଗାଲାତୀୟ 6:9 — ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଳାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ________ କାଟିବା।
ଏପରି
ଶସ୍ୟ
ଚମତ୍କୃତ
୧ ତୀମଥି 6:12 — ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ________ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ।
ନିଗୂଢ଼ତତ୍ତ୍ୱ
ଦୀର୍ଘସହିଷ୍ଣୁତା
ସାକ୍ଷୀଙ୍କ
୨ ତୀମଥି 2:4 — କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ________ କରିପାରେ।
ସିଦ୍ଧ
ସନ୍ତୁଷ୍ଟ
ପରୀକ୍ଷାସିଦ୍ଧ
ଏଫିସୀୟ 6:11 — ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ________ କର।
ଭୂଷିତା
ସଙ୍କେତ
ସୁସଜ୍ଜିତ
୨ କରିନ୍ଥୀୟ 7:11 — ଯେଣୁ ଦେଖ, ଈଶ୍ବରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି। ଏହି ବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ________ ବୋଲି ପ୍ରମାଣ ଦେଇଅଛ।
ନିର୍ଦ୍ଦୋଷ
ଆଶ୍ଚର୍ଯ୍ୟ
ବିଦ୍ରୋହୀ
୨ କରିନ୍ଥୀୟ 8:7 — ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ________ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ।
ଧନ୍ୟବାଦ
ଆନନ୍ଦ
ଅନୁଗ୍ରହ
୨ କରିନ୍ଥୀୟ 8:16 — କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ________ ହୃଦୟରେ ସମାନ ଉଦ୍ଯୋଗ ଜନ୍ମାଇଅଛନ୍ତି;
କରିନ୍ଥ
ଥେସଲନୀକୀ
ତୀତସଙ୍କ
୨ କରିନ୍ଥୀୟ 8:22 — ପୁଣି, ଆମ୍ଭେମାନେ ଆମ୍ଭମାନଙ୍କର ଆଉ ଜଣେ ଭାଇଙ୍କୁ ମଧ୍ୟ ସେମାନଙ୍କ ସଙ୍ଗେ ପଠାଉଅଛୁ, ତାହାଙ୍କୁ ଆମ୍ଭେମାନେ ଅନେକ ବିଷୟରେ ଅନେକ ଥର ଉଦ୍ଯୋଗୀ ବୋଲି ପ୍ରମାଣ ପାଇଅଛୁ, ପୁଣି, ତୁମ୍ଭମାନଙ୍କଠାରେ ଦୃଢ଼ ________ କରିବାରୁ ସେ ଏବେ ଆହୁରି ଅଧିକ ଉଦ୍ଯୋଗୀ ହୋଇଅଛନ୍ତି।
ବିଶ୍ୱାସ
ଆଜ୍ଞା
ପବିତ୍ର
୨ ତୀମଥି 1:17 — ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ________ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ
ଅଧର୍ମରେ
ବିଚାରର
ଯତ୍ନ
ପ୍ରେରିତ 17:11 — ________ ସହରରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ।
ସ୍ତିଫାନଙ୍କ
କର୍ଣ୍ଣିଲୀୟ
ଥେସଲନୀକୀ
ଲୂକ 15:8 — “ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ରୌପ୍ୟ-ମୁଦ୍ରା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ________ ନାହିଁ?
ଖୋଜେ
ବୁଣେ
ବ୍ୟଭିଚାର
ପ୍ରେରିତ 20:24 — କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ________ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି।
ବିପକ୍ଷ
ପ୍ରଦୀପ
ପ୍ରିୟ

← ଅଧ୍ୟୟନକୁ ଫେରନ୍ତୁ